ଦିତୀୟ ରାଜାବଳୀ 25 : 1 (ORV)
ଅନନ୍ତର ସିଦିକୀୟଙ୍କର ଅଧିକାରର ନବମ ବର୍ଷରେ, ଦଶମ ମାସର ଦଶମ ଦିନରେ ବାବିଲ୍ ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ; ଆଉ ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ ।
ଦିତୀୟ ରାଜାବଳୀ 25 : 2 (ORV)
ତହୁଁ ସିଦିକୀୟ ରାଜାଙ୍କର ଅଧିକାରର ଏଗାର ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା ।
ଦିତୀୟ ରାଜାବଳୀ 25 : 3 (ORV)
ଚତୁର୍ଥ ମାସର ନବମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା, ତହିଁରେ ଦେଶର ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟଦ୍ରବ୍ୟ ମିଳିଲା ନାହିଁ ।
ଦିତୀୟ ରାଜାବଳୀ 25 : 4 (ORV)
ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ, ସମସ୍ତ ଯୋଦ୍ଧା ରାତ୍ରିଯୋଗେ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀଣଦ୍ଵାର-ପଥ ଦେଇ ପଳାଇଲେ; ସେ-ସମୟରେ କଲ୍ଦୀୟମାନେ ନଗରର ଚତୁର୍ଦ୍ଦିଗରେ ଥିଲେ; ପୁଣି ରାଜା ଆରବା ପଥଦେଇ ଚାଲିଗଲେ ।
ଦିତୀୟ ରାଜାବଳୀ 25 : 5 (ORV)
ମାତ୍ର କଲ୍ଦୀୟମାନଙ୍କ ସୈନ୍ୟ ରାଜାଙ୍କର ପଛେ ପଛେ ଗୋଡ଼ାଇ ଯିରୀହୋ-ପଦାରେ ତାଙ୍କୁ ଧରିଲେ; ତହିଁରେ ତାଙ୍କର ସକଳ ସୈନ୍ୟ ତାଙ୍କ ନିକଟରୁ ଛିନ୍ନଭିନ୍ନ ହୋଇଗଲେ ।
ଦିତୀୟ ରାଜାବଳୀ 25 : 6 (ORV)
ତହୁଁ ସେମାନେ ରାଜାଙ୍କୁ ଧରି ରିବ୍ଲାକୁ ବାବିଲ୍-ରାଜା କତିକି ନେଇଗଲେ; ତହିଁରେ ସେମାନେ ତାଙ୍କ ପ୍ରତି ଦଣ୍ତାଜ୍ଞା କଲେ ।
ଦିତୀୟ ରାଜାବଳୀ 25 : 7 (ORV)
ଆଉ ସେମାନେ ସିଦିକୀୟଙ୍କର ପୁତ୍ରମାନଙ୍କୁ ତାଙ୍କର ସାକ୍ଷାତରେ ବଧ କଲେ ଓ ସିଦିକୀୟଙ୍କର ଚକ୍ଷୁ ଉପାଡ଼ି ପକାଇଲେ, ଆଉ ତାଙ୍କୁ ଶୃଇରେ ବଦ୍ଧ କରି ବାବିଲ୍‍କୁ ନେଇଗଲେ ।
ଦିତୀୟ ରାଜାବଳୀ 25 : 8 (ORV)
ପଞ୍ଚମ ମାସରେ, ମାସର ସପ୍ତମ ଦିନରେ ବାବିଲ୍-ରାଜା ନବୂଖଦ୍ନିତ୍ସରର ଅଧିକାରର ଊଣାଇଶ ବର୍ଷରେ ବାବିଲ୍-ରାଜାର ଦାସ ନବୂସର୍ଦନ୍ ନାମକ ପ୍ରହରୀବର୍ଗର ସେନାପତି ଯିରୂଶାଲମକୁ ଆସିଲା;
ଦିତୀୟ ରାଜାବଳୀ 25 : 9 (ORV)
ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା; ଆଉ ଯିରୂଶାଲମର ସମସ୍ତ ଗୃହ, ଅର୍ଥାତ୍, ପ୍ରତ୍ୟେକ ବୃହତ ଗୃହ ଅଗ୍ନିରେ ଦଗ୍ଧ କଲାବ ।
ଦିତୀୟ ରାଜାବଳୀ 25 : 10 (ORV)
ପୁଣି ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲଦୀୟ ସମସ୍ତ ସୈନ୍ୟ ଯିରୂଶାଲମର ଚତୁର୍ଦ୍ଦିଗର ପ୍ରାଚୀର ଭଗ୍ନ କଲେ ।
ଦିତୀୟ ରାଜାବଳୀ 25 : 11 (ORV)
ଆଉ ପ୍ରହରୀବର୍ଗର ସେନାପତି ନବୂସର୍ଦନ୍ ନଗରର ଅବଶିଷ୍ଟ ଲୋକମାନଙ୍କୁ ଓ ବାବିଲ୍-ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା ।
ଦିତୀୟ ରାଜାବଳୀ 25 : 12 (ORV)
ମାତ୍ର ପ୍ରହରୀବର୍ଗର ସେନାପତି ଦେଶର ନିତା; ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମକାରୀ ଓ କୃଷକ ହେବା ପାଇଁ ଛାଡ଼ି ଗଲା ।
ଦିତୀୟ ରାଜାବଳୀ 25 : 13 (ORV)
ଆହୁରି କଲଦୀୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକିସବୁ ଓ ପିତ୍ତଳମୟ ସମୁଦ୍ରରୂପ ପାତ୍ର ଖଣ୍ତ ଖଣ୍ତ କରି ଭାଙ୍ଗି ତହିଁର ପିତ୍ତଳ ବାବିଲ୍‍କୁ ନେଇଗଲେ ।
ଦିତୀୟ ରାଜାବଳୀ 25 : 14 (ORV)
ଆହୁରି ସେମାନେ ପାତ୍ର ଓ କରଚୁଲି ଓ କତୁରୀ ଓ ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ ।
ଦିତୀୟ ରାଜାବଳୀ 25 : 15 (ORV)
ଆଉ ପ୍ରହରୀବର୍ଗର ସେନାପତି ଅଙ୍ଗାରଧାନୀ ଓ କୁଣ୍ତସବୁ, ଯାହା ସୁନାର ଥିଲା, ତାହା ସୁନା କରି, ପୁଣି ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା ।
ଦିତୀୟ ରାଜାବଳୀ 25 : 16 (ORV)
ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କ ନିର୍ମିତ ଦୁଇ ସ୍ତମ୍ଭ, ଏକ ସମୁଦ୍ରରୂପ ପାତ୍ର ଓ ବୈଠିକିସକଳ, ଏହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା ।
ଦିତୀୟ ରାଜାବଳୀ 25 : 17 (ORV)
ଏକ ସ୍ତମ୍ଭ ଅଠର ହାତ ଉଚ୍ଚ ଓ ତହିଁ ଉପରେ ପିତ୍ତଳର ମୁଣ୍ତାଳି ଥିଲା; ଆଉ ମୁଣ୍ତାଳିର ଉଚ୍ଚ ତିନି ହାତ; ମୁଣ୍ତାଳି ଉପରେ ଚତୁର୍ଦ୍ଦିଗରେ ପିତ୍ତଳମୟ ଜାଲିକର୍ମ ଓ ଡାଳିମ୍ଵାକୃତି ଥିଲା; ମଧ୍ୟ ଦ୍ଵିତୀୟ ସ୍ତମ୍ଭ ଜାଲିକର୍ମ ସହିତ ଏହି ପ୍ରକାର ଥିଲା ।
ଦିତୀୟ ରାଜାବଳୀ 25 : 18 (ORV)
ପୁଣି ପ୍ରହରୀବର୍ଗର ସେନାପତି ପ୍ରଧାନଯାଜକ ସରାୟଙ୍କୁ ଓ ଦ୍ଵିତୀୟ ଯାଜକ ସଫନୀୟଙ୍କୁ ଓ ତିନି ଜଣ ଦ୍ଵାରପାଳଙ୍କୁ ଧରିଲା;
ଦିତୀୟ ରାଜାବଳୀ 25 : 19 (ORV)
ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ ଏକ ନପୁଂସକକୁ ଓ ନଗରରେ ପ୍ରାପ୍ତ ରାଜମୁଖ-ଦର୍ଶନକାରୀମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଓ ଦେଶର ଲୋକଗଣନାକାରୀ ଲେଖକ ସେନାପତିକି ଓ ନଗରରେ ପ୍ରାପ୍ତ ଦେଶୀୟ ଷାଠିଏ ଲୋକଙ୍କୁ ଧରିଲା ।
ଦିତୀୟ ରାଜାବଳୀ 25 : 20 (ORV)
ପୁଣି ପ୍ରହରୀବର୍ଗର ସେନାପତି ନବୂସର୍ଦନ୍ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ୍-ରାଜା କତିକି ନେଇଗଲା ।
ଦିତୀୟ ରାଜାବଳୀ 25 : 21 (ORV)
ତହିଁରେ ବାବିଲ୍-ରାଜା ହମାତ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା । ଏହିରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା ।
ଦିତୀୟ ରାଜାବଳୀ 25 : 22 (ORV)
ଆଉ ବାବିଲ୍-ରାଜା; ନବୂଖଦ୍ନିତ୍ସର ଯେଉଁମାନଙ୍କୁ ଛାଡ଼ି ଯାଇଥିଲା, ଏପରି ଯିହୁଦା ଦେଶରେ ଅବଶିଷ୍ଟ ଥିବା ଲୋକମାନଙ୍କ ଉପରେ ସେ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟକୁ ଶାସନକର୍ତ୍ତା ରୂପେ ନିଯୁକ୍ତ କଲା ।
ଦିତୀୟ ରାଜାବଳୀ 25 : 23 (ORV)
ଏଉତ୍ତାରେ ବାବିଲ୍-ରାଜା ଗଦଲୀୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ, ଅର୍ଥାତ୍, ନଥନୀୟର ପୁତ୍ର ଇଶ୍ମାୟେଲ୍ ଓ କାରେହର ପୁତ୍ର ଯୋହାନନ୍ ଓ ନଟୋଫାତୀୟ ତନ୍ହୂମତର ପୁତ୍ର ସରାୟ ଓ ମାଖାତୀୟର ପୁତ୍ର ଯାସନୀୟ ଓ ସେମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟ କତିକି ଆସିଲେ ।
ଦିତୀୟ ରାଜାବଳୀ 25 : 24 (ORV)
ଏଥିରେ ଗଦଲୀୟ ସେମାନଙ୍କ ନିକଟରେ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି ସେମାନଙ୍କୁ କହିଲା, କଲଦୀୟମାନଙ୍କର ଦାସମାନଙ୍କ ସକାଶୁ ଭୀତ ନ ହୁଅ; ଦେଶରେ ବାସ କରି ବାବିଲ୍-ରାଜାର ସେବା କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ ।
ଦିତୀୟ ରାଜାବଳୀ 25 : 25 (ORV)
ମାତ୍ର ସପ୍ତମ ମାସରେ ରାଜବଂଶଜାତ ଇଲୀଶାମାର ପୌତ୍ର ନଥନୀୟର ପୁତ୍ର ଇଶ୍ମାୟେଲ୍ ଓ ତାହାର ସଙ୍ଗୀ ଦଶ ଜଣ ଆସିଲେ, ଆଉ ଗଦଲୀୟକୁ, ପୁଣି ଯେଉଁ ଯିହୁଦୀୟମାନେ ଓ କଲଦୀୟମାନେ ତାହା ସଙ୍ଗେ ମିସ୍ପାରେ ଥିଲେ, ସେମାନଙ୍କୁ ଆଘାତ କରି ବଧ କଲେ ।
ଦିତୀୟ ରାଜାବଳୀ 25 : 26 (ORV)
ଏଉତ୍ତାରେ ସାନ ବଡ଼ ସମସ୍ତ ଲୋକ ଓ ସେନାପତିଗଣ ଉଠି ମିସରକୁ ଗଲେ; କାରଣ ସେମାନେ କଲ୍ଦୀୟମାନଙ୍କ ଲାଗି ଭୀତ ହେଲେ ।
ଦିତୀୟ ରାଜାବଳୀ 25 : 27 (ORV)
ଅନନ୍ତର ଯିହୁଦାର ରାଜା ଯିହୋୟାଖୀନ୍ଙ୍କର ବନ୍ଦୀତ୍ଵର ସଇଁତିରିଶ ବର୍ଷର ଦ୍ଵାଦଶ ମାସରେ ଓ ମାସର ସତାଇଶ ଦିନରେ ବାବିଲ୍-ରାଜା ଇବିଲ୍-ମରୋଦକ୍ ରାଜ୍ୟାରମ୍ଭ କରିବା ବର୍ଷରେ ଯିହୁଦାର ରାଜା ଯିହୋୟାଖୀନ୍‍ଙ୍କୁ କାରାଗାରରୁ ବାହାର କରି ତାଙ୍କର ମସ୍ତକ ଉନ୍ନତ କଲା;
ଦିତୀୟ ରାଜାବଳୀ 25 : 28 (ORV)
ଆଉ, ସେ ତାଙ୍କୁ ପ୍ରୀତିବାକ୍ୟ କହିଲା ଓ ତାଙ୍କ ସଙ୍ଗେ ବାବିଲ୍ରେ ଥିବା ରାଜାମାନଙ୍କ ଆସନଠାରୁ ତାଙ୍କର ଆସନ ଉଚ୍ଚରେ ସ୍ଥାପନ କଲା ।
ଦିତୀୟ ରାଜାବଳୀ 25 : 29 (ORV)
ଆଉ, ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜ୍ଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲେ ।
ଦିତୀୟ ରାଜାବଳୀ 25 : 30 (ORV)
ପୁଣି, ତାଙ୍କର ଦିନପାତ ନିମନ୍ତେ ରାଜାଙ୍କଠାରୁ ନିତ୍ୟ ବୃତ୍ତି ଦିଆଗଲା, ସେ ଆପଣା ଜୀବନର ସମସ୍ତ କାଳ ପ୍ରତି ଦିନ ଏକ ନିରୂପିତ ଅଂଶ ପାଇଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30

BG:

Opacity:

Color:


Size:


Font: